ଭୁବନେଶ୍ବର – ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ବିଜୟ ମହାପାତ୍ରଙ୍କ ପୁଅ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବନ କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ଦୁଇ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବନ ସଂପର୍କରେ ଦଳ ପକ୍ଷରୁ ବିଧାନସଭା ବାଚସ୍ପତିଙ୍କୁ ଜଣାଇ ଦିଆଯାଇଛି । ଗତ କିଛି ଦିନ ଧରି ଦୁଇ ବିଧାୟକଙ୍କ କାର୍ଯ୍ୟଧାରା ନେଇ ଚର୍ଚ୍ଚା ହେଉଥିଲା । ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ବିଜେପି ଶିବିରରେ ଦେଖିବାକୁ ମିଳୁଥିଲା । ଏପରିକି ସନାତନ ଖୋଲାଖୋଲି ନବୀନଙ୍କ ସମୟରେ କେନ୍ଦୁଝରର ବିକାଶ ହୋଇ ନ ଥିଲା , ଏବଂ ଯାହା ବିକାଶ ହୋଇଛି ମୋହନଙ୍କ ସମୟରେ ହୋଇଛି ବୋଲି କହିଥିଲେ । ସେହିପରି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ମଧ୍ୟ କିଛିଦିନ ହେଲାଣି ବିଜେଡି ବିରୋଧୀ ଶିବିରରେ ସକ୍ରୀୟ ଥିବା ଦଳ ପକ୍ଷରୁ କୁହାଯାଇଛି ।