
ଭୁବନେଶ୍ୱର: ବସ୍ ଭିତରେ ପାଇବେ ହୋଟେଲର ମଜା ବେଡରୁମ୍, ଟଏଲେଟ୍ ,କ୍ୱିଚେନର ସୁବିଧା I ଓଡ଼ିଶାରେ କାରାଭାନର ମଜା ଉଠାଇ ପାରିବେ ପର୍ଯ୍ୟଟକ। ଓଡ଼ିଶାରେ ଆରମ୍ଭ ହୋଇଛି ଅତ୍ୟାଧୁନିକ କାରାଭାନ ଟୁରିଷ୍ଟ ସେବା ବ୍ୟବସ୍ଥା। ବସ ଭିତରେ ତାରକା ହୋଟେଲର ମଜା ପାଇବେ ପର୍ଯ୍ୟଟକ। । ଓଡ଼ିଶାରେ ଅତ୍ୟାଧୁନିକ କାରାଭ୍ୟାନ୍ ଟୁରିଷ୍ଟ ସେବାର ଶୁଭାରମ୍ଭ ହୋଇଛି । ଧଉଳି ପର୍ଯ୍ୟଟନ କ୍ଷେତ୍ରରୁ ୨ୟ ପର୍ଯ୍ୟାୟ କାରାଭ୍ୟାନ୍ ଟୁରିଷ୍ଟ ସେବାର ଶୁଭାରମ୍ଭ ହୋଇଛି। VGF ଯୋଜନା ଦ୍ଵାରା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ ଓ ଆରାମଦାୟକ ସେବା ଯୋଗାଇବା ଏହି ଯୋଜନାର ଲକ୍ଷ୍ୟ ରହିଛି। ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ଅତ୍ୟାଧୁନିକ ଓ ଆରାମଦାୟକ ଯାତ୍ରା ସେବା ଯୋଗେଇବ କାରାଭ୍ୟାନ୍। ଗାଡିରେ ଶୌଚାଳୟ ଠାରୁ ଶୋଇବା ସହ କିଚେନ୍ ବ୍ୟବସ୍ଥା ରହିଛି। ସ୍ୟାଣ୍ଡ୍ ପିବେଲସ୍ ଟୁର୍ ଆଣ୍ଡ ଟ୍ରାଭେଲ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ଏହା ସେବା ଯୋଗାଇବା। ଓଡ଼ିଶାରେ ହୀରାକୁଦ, ଡେବ୍ରିଗଡ଼, ଶିମିଳିପାଳ, ଚିଲିକା, ଭିତରକନିକାରେ ସେବା ମିଳିବ। ସାତକୋଶିଆ, ଦେଓମାଳି ଭଳି ପର୍ଯ୍ୟଟନ କ୍ଷେତ୍ରରେ ସେବା ଉପଲବ୍ଧ ହେବ।
