ଭୁବନେଶ୍ୱର :ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି I ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଦେବ ଏକ ନୂଆ ପରିଚୟ I ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ ଓଡ଼ିଶା ଚିଙ୍ଗୁଡ଼ି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି I ରାଜ୍ୟ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବଢିବ I ଓଡ଼ିଶା ‘ବ୍ଲୁ-ଇକୋନୋମି’ର ଏକ ପ୍ରମୁଖ କେନ୍ଦ୍ର ପାଲଟିବ I ଓଡ଼ିଶାର ହସ୍ତତନ୍ତ ହେଉ କିମ୍ବା ଆଧୁନିକ ରେଡିମେଡ୍‌ ପୋଷାକ ସବୁଠି ପହଞ୍ଚିବ I ଶୁଳ୍କ କୋହଳ ହେବା କାରଣରୁ ରପ୍ତାନି ସହଜ ହେବ I ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ରୋଜଗାରର ନୂଆ ପଥ ଉନ୍ମୁକ୍ତ କରିବ I ବିଶ୍ୱ ଦରବାରରେ ଓଡ଼ିଶାର ପାରମ୍ପରିକ ପୋଷାକ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବଅକୁ ଯାଉଛି I ସମ୍ବଲପୁରୀ ଓ ଅନ୍ୟାନ୍ୟ ହସ୍ତତନ୍ତ ଆମେରିକା ବଜାରରେ ପ୍ରବେଶ ସହଜ ହେବ I ଦେଶ ବାହାରେ ଥିବା ଭାରତୀୟ ମାନେ ଖୁବ ସହଜରେ ଏହାର ଲାଭ ନେଇପାରିବେ I