ଭୁବନେଶ୍ଵର : ଜାତୀୟ ରାଜପଥ ଆଚାର୍ଯ୍ୟ ବିହାର ଛକ ନିକଟ ଓଭରବ୍ରିଜ‌ ଉପରେ ବିଳମ୍ବିତ ରାତିରେ ଟ୍ରକ୍ ପଛକୁ ଏକ କାର୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ କାର୍‌ଟି ଭାଙ୍ଗିରୁଜି ଯାଇଥିବା ବେଳେ ଗାଡ଼ି ଚାଳକ ଜଙ୍କିଆ ଅଞ୍ଚଳର ୩୮ ବର୍ଷୀୟ ରକ୍ତି ପ୍ରସାଦ ସାମନ୍ତ ସିଂହାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସହିଦନଗର ଥାନା ପୁଲିସ କାର୍‌କୁ ଜବତ କରିଥିବା ବେଳେ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ବିଳମ୍ବିତ ରାତିରେ କାର୍‌ଟି ଖଣ୍ଡଗିରି ପଟୁ ବାଣୀବିହାର ଅଭିମୁଖେ ଆସୁଥିବା ବେଳେ ଆଗରେ ଯାଉଥିବା ଟ୍ରକ୍ ପଛକୁ ଧକ୍କା ଦେଇଥିଲା । ପୁଲିସ ଗୁରୁତର ଅବସ୍ଥାରେ ଭକ୍ତିପ୍ରସାଦଙ୍କୁ ଉଦ୍ଧାର କରି କ୍ୟାପିଟାଲ ଡାକ୍ତରଖାନା ନେଇଥିଲା ।