ବିଜେଡିରୁ ନିଲମ୍ବିତ ହେବାପରେ ପୁଣି ବିଜେଡିକୁ ଟାର୍ଗେଟ୍‌ କଲେ ଶ୍ରୀମୟୀ ମିଶ୍ର । ଫେସ୍‌ବୁକ୍‌ରେ ପୋଷ୍ଟ କରି କହିଲେ,”ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ କରୁ । ସେହିପରି, ଦଳର ସଭାପତିଙ୍କ ପାଇଁ ଭୋଟ୍ ଦେବାକୁ ହେଲେ ଦଳର ସଦସ୍ୟମାନଙ୍କର ଏକ ଅନନ୍ୟ ସଦସ୍ୟତା ନମ୍ବର ଥିବା ଉଚିତ୍ । ଯଦି ସେହି ଅନନ୍ୟ ନମ୍ବର ସଦସ୍ୟଙ୍କ ପାଖରେ ନାହିଁ, ତେବେ ଏହାର ଅର୍ଥ ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା । ଏହା ଗଣତନ୍ତ୍ରର ଅପମାନ”
ମଙ୍ଗଳବାର ଦିନ ଶ୍ରୀମୟୀଙ୍କୁ ନିଲମ୍ବନ କରିଥିଲା ବିଜେଡ଼ି, ଆଉ ନିଲମ୍ବନର ଘଣ୍ଟାଏ ଭିତରେ ବିଜେଡିକୁ ବହୁତ ପ୍ରଶ୍ନ ପଚାରିଛନ୍ତି ଶ୍ରୀମୟୀ । ଜଣେ ଅଣଓଡ଼ିଆଙ୍କ ପ୍ରରୋଚନାରେ ଦଳ ଚାଲୁ ଥିବା କହିବା ସହ ବିଜେଡିକୁ ଶ୍ରୀମୟୀ ମିଶ୍ର ପ୍ରମାଣ ମାଗିଛନ୍ତି । ଯାହାକୁ ନେଇ ଶ୍ରୀମୟୀ ସୋସିଆଲ୍ ମିଡିଆରେ ପ୍ରଶ୍ନ କରିଛନ୍ତି । ପ୍ରଥମ ପୋଷ୍ଟରେ ଶ୍ରୀମୟୀ ଲେଖିଛନ୍ତି, “ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ସଦସ୍ୟତା ନବୀକରଣ କରିନାହିଁ, ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ ।”
ଶ୍ରୀମୟୀ ଆଉ ଏକ ପୋଷ୍ଟ କରି ତାଙ୍କ ସଦସ୍ୟତା ନେଇ ବିଜେଡିକୁ ପ୍ରମାଣ ମାଗିଛନ୍ତି । ଲେଖିଛନ୍ତି, “ଗୋଟିଏ ରାଜନୀତିକ ଦଳ ଜଣେ ଅଣଓଡ଼ିଆ ମୁଖିଆଙ୍କ କବଜାରେ ରହି କେଉଁସ୍ତରକୁ ଯାଇ ମିଛ କହିପାରେ, ସତସାହସ ଅଛି ତ ସଦସ୍ୟତା ନବୀକରଣର ରିସିପ୍ଟ କିମ୍ବା ସିରିଏଲ୍ ନମ୍ବର ଦିଅ…”
ଶ୍ରୀମୟୀଙ୍କ ପୋଷ୍ଟରେ ବିଜେଡିରେ “ସନ୍ୟାସୀ” ରାଜର ମୁଖା ଖୋଲିଛି। ସେ ଲେଖିଛନ୍ତି, “ଜଣେ ଅଣ-ଓଡ଼ିଆଙ୍କ ପ୍ରଭାବରେ ବର୍ଷକାଳ ଧରି ଓଡ଼ିଶାରେ ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଉଚିତ୍ — ଏହାକୁ ଆପଣମାନେ ଭାବନ୍ତୁ।”