ଭୁବନେଶ୍ୱର: ଚିଟଫଣ୍ଡ୍ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ରାଜ୍ୟ ସରକାରଙ୍କ ତତ୍ପରତା । ଏହାର ସୁଯୋଗ ନେବାକୁ ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଅନୁରୋଧ କରିଛି ଅର୍ଥ ବିଭାଗ । ଆସନ୍ତା ୨୦୨୬ ଜାନୁଆରୀ ୩୧ ତାରିଖ ଯାଏଁ ଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲୁ ରହିବ । କ୍ଷୁଦ୍ର ଚିଟ୍‌ଫଣ୍ଡ୍ ଜମାକାରୀଙ୍କୁ ଟଙ୍କା ପେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗ ପ୍ରକାଶ I ସରକାର ଆଉ ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି ,ପର୍ଯ୍ୟାୟକ୍ରମେ ଅନ୍ୟ ଜମାକାରୀଙ୍କୁ ମଧ୍ୟ ଟଙ୍କା ଫେରାଯିବ I