ଭୁବନେଶ୍ୱର : ଏକ୍ସପ୍ରେସ ଟ୍ରେନରେ ନିଆଁ 1 ମୃତ
ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ ଲାଗିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି I B1 ଏବଂ M2 AC କୋଚରେ ଲାଗିଥିଲା ନିଆଁ I ଟ୍ରେନଟି ବିଶାଖାପାଟଣାରୁ ଭାୟା ଦୁଭାଦା ସମୟରେ ଇଲାମାଞ୍ଚିଲି ଷ୍ଟେସନରେ ରାତି ପ୍ରାୟ ୧.୩୦ ସମୟରେ ଅଗ୍ନିକାଣ୍ଡ ଘଟିଥିଲା I ବିଜୟୱାଡାର ଚନ୍ଦ୍ରଶେଖର ସୁନ୍ଦର (୭୦) ନାମକ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଘନ ଧୂଆଁ ମଧ୍ୟରେ ଯାତ୍ରୀମାନେ ରକ୍ଷା ପାଇ ପଳାଇଛନ୍ତି; ଜିନିଷପତ୍ର ନଷ୍ଟ ହୋଇଯାଇଛି। ବିଶାଖାପାଟଣା ବିଜୟୱାଡା ରୁଟରେ ରେଳଯାନ ଚଳାଚଳ କିଛି ସମୟ ପାଇଁ ବନ୍ଦ ରହିଥିଲା, ଯାହା ଫଳରେ ଅନେକ ଟ୍ରେନ୍ ବିଳମ୍ବ ହୋଇଥିଲା।