ଭୁବନେଶ୍ବର: ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୧୫ଟି ନିର୍ଦେଶନାମା ଜାରି କରିଛନ୍ତି I ଶାସନକୁ ଅଧିକ କ୍ରିଯାଶୀଳ କରିବା ପାଇଁ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ଏବଂ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀକୁ ୨ ବର୍ଷରେ ପୂରଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି I ଖାଲି ସେତିକି ନୁହେଁ ଓଡ଼ିଶାକୁ ଶ୍ରେଷ୍ଟ ୫ ରାଜ୍ୟ ମଧ୍ୟରେ ଆଣିବା ସହିତ ବିକାଶକୁ ଶିଖରରେ ପହଞ୍ଚାଇବା ପାଇଁ ଲକ୍ଷ୍ଯ ରଖିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ I ସାଧାରଣ ଲୋକଙ୍କ ସମସ୍ଯାକୁ ତ୍ବରିତ ସମାଧାନ କରିବା ସହିତ ଲୋକମାନଙ୍କୁ ପ୍ରାଥମିକତା ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି I ସଚିବାଳୟରୁ ବ୍ଲକସ୍ତର ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବାଧ୍ୟତାମୂଳକ ବ୍ୟବହାର କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି Iଓଡିଆ ଭାଷାକୁ ସରକାରୀ ଭାଷାରେ ବ୍ୟବହାର କରିବାକୁ ନିର୍ଦେଶ ଦେଇଛନ୍ତି I ଲୋକଙ୍କ ଅଭିଯୋଗ ସମାଧାନ, ସାମାଜିକ ଗଣମାଧ୍ୟମ ସହିତ ସୁସମ୍ପକ ରଖିବା ଏବଂ ଅଧିକାରୀଙ୍କ ଦ୍ୱାରା ନିୟମିତ କ୍ଷେତ୍ର ପରିଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି ମୋହନ ସରକାର ତା ସହିତ ପ୍ରୋ-ପିପୁଲ ସରକାର ଚଲାଇବା ପାଇଁ ସରକାରୀ ଅଫିସର ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି I