
ଭୁବନେଶ୍ୱର : ଡ୍ରପ୍ ଆଉଟ୍ ହାରକୁ କମାଇବାକୁ ରାଜ୍ୟ ସରକାର ନୂଆ ପଦକ୍ଷେପ I ସ୍କୁଲ ଛାଡିବା ହାର ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ରାଜ୍ୟ ସରକାର ସ୍କୁଲ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ଯେ ଯଦି କୌଣସି ଛାତ୍ର ସାତ ଦିନ ପାଇଁ ଅନୁପସ୍ଥିତ ରହେ, ତେବେ ସେମାନଙ୍କ ଘରକୁ ଯାଇ ସେମାନଙ୍କ ଅନୁପସ୍ଥିତିର କାରଣ ପଚାରିବାକୁ। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଏ ସମ୍ପର୍କରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କୁ ଚିଠି ଲେଖିଛନ୍ତି। ଡ୍ରପ୍ ଆଉଟ୍ ହାର ବଢିବାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର । ଯଦି କୌଣସି ପିଲା ସ୍କୁଲକୁ ସପ୍ତାହେ ଧରି ନଆସନ୍ତି ଘରକୁ ସ୍କୁଲ କର୍ତ୍ତୃପକ୍ଷ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରି, ପିତାମାତା ସହ ଆଲୋଚନା କରିବେ ।ଏହା ପଛରେ ସାମାଜିକ-ଅର୍ଥନୈତିକ, ପ୍ରବାସୀ ଶ୍ରମିକ କିମ୍ବା ଅନ୍ୟ କାରଣ କଣ ରହିଛି ତା ବୁଝିବେ । ଏପରିକି ପିଲାଙ୍କୁ ପୁଣି ଥରେ ସ୍କୁଲରେ ନାମ ଲେଖାଇବେ , ସ୍କୁଲକୁ ପୁଣି ଫେରାଇ ଆଣିବାକୁ ଚେଷ୍ଟା କରିବେ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ । ସରକାର ଏବେ ଡ୍ରପ୍ ଆଉଟ୍ ହାର ରୋକିବା, ଶିଶୁ ଶ୍ରମିକ ରୋକିବା ଓ ବାଲ୍ୟ ବିବାହ ରୋକିବାକୁ ଗୁରୁତ୍ୱ ଦେଇଛନ୍ତି I ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ କାର୍ଯ୍ୟକାରୀ ବାଧ୍ୟତାମୂଳକ ବୋଲି କୁହାଯାଇଛି ।
