ବ୍ରହ୍ମପୁର,: ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ସକାଳୁ ଚଢଉ କରାଯାଇଛି । ଜିଲାର ବିଜେଡି ନେତା ଓ ବ୍ୟବସାୟୀଙ୍କ ଘରେ ଏକ କାଳୀନ ଚଢଉ ଜାରି ରହିଛି । ଇଡିର ୫ ରୁ ଅଧିକ ଦଳ ଗଞ୍ଜାମର ବ୍ରହ୍ମପୁର ସହର, ଶେରଗଡ଼ ଓ ଆସିକା ଅଞ୍ଚଳରେ ଚଢଉ ଜାରି ରହିଛି। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ର ବିଜେଡି ନେତା ହୃଷୀକେଶ ପାଢୀଙ୍କ ଘରେ ଇଡି ପକ୍ଷରୁ ଚଢଉ କରାଯାଇଛି । ସେହିପରି ବ୍ରହ୍ମପୁର ଅମ୍ବିକା ନଗରରେ ରହୁଥିବା ତାଙ୍କ ପୁଅ ସଚିନ ପାଢୀଙ୍କ ଘରେ ଇଡି ଚଢଉ ଜାରି ରହିଛି। ହୃଷୀକେଶ ଓ ତାଙ୍କ ପୁଅ ଜଣାଶୁଣା ଠିକାଦାର। ଶେରଗଡରେ ବିଜେଡି ସଂଗଠନର ମଙ୍ଗ ଧରିଥିବା କୁହାଯାଉଛି। ସେହିପରି ଆସିକ ବ୍ଲକ ଖାରିଆ ସରପଞ୍ଚ ଓ ତାଙ୍କ ସ୍ୱାମୀ ଜଣା ଶୁଣା ମଦ ଓ ବାଲି ବ୍ୟବସୟୀ ଭଗବାନ ସାହୁଙ୍କ ବାସଭବନ ଇଡି ପକ୍ଷରୁ ଚଡଉ କରାଯାଇଥିବା କୁହାଯାଉଛି । ସେହିପରି ବ୍ରହ୍ମପୁର ଲାଞ୍ଜିପଲ୍ଲି ଉମନଗର ଅଞ୍ଚଳରେ ଥିବା ଗଞ୍ଜାମର ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ କାର୍ଯ୍ୟାଳୟରେ ଚଢଉ କରାଯାଇଛି। ଆଜିର ଏହି ଚଢଉ ସମ୍ପର୍କରେ ଇଡି ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ବାଲି ବ୍ୟବସାୟ ଓ ବଡ଼ ଧରଣର ଆର୍ଥିକ କାରବାରକୁ ନେଇ ଏହି ଚଢଉ କରାଯାଇଥିବା ଆଲୋଚନା ହେଉଛି ।