ଭୁବନେଶ୍ୱର: ଇଡି ରେଡ୍ ବେଳେ ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା। ଗଞ୍ଜାମ ଜିଲ୍ଲା ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ବଡ଼ ଧରଣର ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କ ଲିଙ୍କରେ ଗଞ୍ଜାମ ଜିଲ୍ଲାର ୨୦ଟି ସ୍ଥାନରେ ଚଢ଼ାଉ ଚାଲିଛି। ହୃଷିକେଶ ଗଞ୍ଜାମ ଜିଲ୍ଲା ବିଜେଡିର ଉପସଭାପତି ରହିଛନ୍ତି। ତାଙ୍କ ଲିଙ୍କରେ ବ୍ରହ୍ମପୁର ସହରର ବିଜିପୁର, ଲାଞ୍ଜିପଲି, ଜୟପ୍ରକାଶ ନଗର, ନୂଆ ବସ ଷ୍ଟାଣ୍ଡ ନିକଟ ଆଦି ସ୍ଥାନରେ ରହୁଥିବା ଏକାଧିକ ବ୍ୟବସାୟୀଙ୍କ ଘରେ ବି ରେଡ୍ କରିଛି ED। ଟିକସ ଫାଙ୍କିବା, ଅର୍ଥ ହେରଫେର ଅଭିଯୋଗରେ ହୃଷିକେଶ ପାଢ଼ୀ ଓ ତାଙ୍କ ଲିଙ୍କରେ ଚଢ଼ାଉ ଜାରି ରହିଛି। ତେବେ ଏହି ଟଙ୍କା କେଉଁଠୁ ମିଳିଛି ସେନେଇ ଇଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି।