ଭୁବନେଶ୍ୱର: ମାର୍ଚ ୩୦ରୁ ବନ୍ଦ ହେବ ଦୁବାଇ-ଭୁବନେଶ୍ବର ଇଣ୍ଡିଗୋ ବିମାନ I ଏହି ସେବା ବନ୍ଦ ହେବା ପରେ ଦୁବାଇ ସହ ସିଧାସଳଖ ଯୋଗାଯୋଗ ବିଚ୍ଛିନ୍ନ ହେବା ଆଶଙ୍କା ଦେଖାଦେଇଛି I ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କୁ ଦୁବାଇ ଓଡ଼ିଶା ସମାଜର ଚିଠି ଲେଖିଛି I ଦୁବାଇ-ଭୁବନେଶ୍ବର ବିମାନସେବା ବନ୍ଦ ହୋଇଗଲେ ୪୦ ହଜାର ଓଡ଼ିଆଙ୍କ ପାଇଁ ଗମନାଗମନ ସମସ୍ୟା ସୃଷ୍ଟି ହେବ I ଏପରିକି ପର୍ଯ୍ୟଟନ, ପୁଞ୍ଜିନିବେଶ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି । ମୁଖ୍ୟ ଶାସନ ସଚିବ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛି ସଂଘ । ପୂର୍ବରୁ ଆବୁ ଧାବି-ଭୁବନେଶ୍ବର ସିଧାସଳଖ ବିମାନସେବା ବନ୍ଦ ହୋଇଥିଲା ।