ଭୁବନେଶ୍ୱର: ଏଥର ମହିଳା ଡ୍ରାଇଭର ଚଳାଇବେ ଆମ ବସ୍‌ I ଇ-ବସ୍‌ ଚଳାଇବେ ମହିଳା ଡ୍ରାଇଭର I ସେମାନଙ୍କୁ ମହାରାଷ୍ଟ୍ରର ପୁଣେରେ ତାଲିମ ଦିଆଯିବ I ଜାନୁଆରି ୩୧ରେ ୨୦ଜଣ ମହିଳା ତାଲିମ ପାଇଁ ପୁଣେ ଯାତ୍ରା କରିବେ I ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି I କ୍ରୁଟ୍‌ ମହିଳା ଡ୍ରାଇଭରଙ୍କୁ ପୁଣେ ପଠାଇବ ବୋଲି ସମୀକ୍ଷା ପରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି I