ଭୁବନେଶ୍ୱର; ଆଜି ଯାଜପୁର ଓ ବାଲେଶ୍ୱର ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‌I ଲୋକଭବନରୁ ବାହାରି ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଥମେ ଯାଜପୁର ଯିବେ I ନୂଆ ପ୍ରଶାସନିକ ଭବନ ଗ୍ରାଉଣ୍ଡ ହେଲିପ୍ୟାଡ୍‌ରେ ଅବତରଣ କାର୍ଯ୍ୟକ୍ରମ ରହିଛି I ମା’ ବିରଜାଙ୍କ ଦର୍ଶନ ପ୍ରାୟ ଦେଢ଼ ଘଣ୍ଟା କରିବା ପରେ ବାଲେଶ୍ୱର ଗସ୍ତ କରିବେ I ଫକୀରମୋହନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭା‌ଷଣ କାର୍ଯ୍ୟକ୍ରମରେ ଯୋଗଦେବେ I ଅପରାହ୍ଣ ପ୍ରାୟ ୩ଟା ୫୦ରେ ପୁରୀ ଅଭିମୁଖେ ବାହାରିବେ ରାଷ୍ଟ୍ରପତି
ସନ୍ଧ୍ୟାରେ ପୁରୀରେ ପହଞ୍ଚି ସିଧାସଳଖ ଲୋକଭବନ ଯାଇ ରାତ୍ରିଯାପନ କରିବେ I