
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦଠାରେ ଅନୁଷ୍ଠିତ ‘ଓଡ଼ିଶା ନିବେଶକ ସମ୍ମିଳନୀ’ରେ ଯୋଗ ଦେବIଅବସରରେ ବହୁ କମ୍ପାନୀମାନଙ୍କ ସହ ଭେଟି ସେମାନଙ୍କ ମତାମତ ନେଇଥିଲେ । ସମ୍ମିଳନୀର ପ୍ରଥମ ଦିବସରେ ଉଦ୍ୟୋଗୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସକରାତ୍ମକ ଆଲୋଚନା, ରାଜ୍ୟ ପାଇଁ ବିପୁଳ ନିବେଶ ସମ୍ଭାବନାକୁ ଆହୁରି ବ୍ୟାପକ କରାଯିବ ସେ ବିଷୟରେ ଅଧିକ ଗୁରୁତ୍ୱ ଦେଇଥିଲେ । ପ୍ରଥମ ଦିନରେ, ମୁଖ୍ୟମନ୍ତ୍ରୀ ଔଷଧ, ଚିକିତ୍ସା ଉପକରଣ, ସବୁଜ ଶକ୍ତି, ଅଟୋମୋଟିଭ୍ ଉପାଦାନ ଏବଂ ଇଞ୍ଜିନିୟରିଂ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରର ଶିଳ୍ପ ନେତାଙ୍କ ସହ ଏକ-ଏକ ବୈଠକ କରିଥିଲେ। ମୋଟ 15ଟି G2B ବୈଠକ ଏବଂ ସାତଟି ବୁଝାମଣାପତ୍ର ଫଳରେ ₹38,700 କୋଟି ଟଙ୍କାର ନିବେଶ ଆଗ୍ରହ ସୃଷ୍ଟି ହୋଇଥିଲା, ଯାହା 20,200 ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଥିଲା। ଦୁଇ ଦିନିଆ ରୋଡଶୋର ଲକ୍ଷ୍ୟ ହେଉଛି ଉଭୟ ରାଜ୍ୟ ମଧ୍ୟରେ ସମ୍ପକକୁ ଆହୁରି ଘନିଷ୍ଠ କରିବା , ଜାତୀୟ ଏବଂ ବିଶ୍ୱ ନିବେଶକଙ୍କ ନିକଟରେ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ କିଭଳି ଅଗ୍ରଗତି ହୋଇପାରିବ |
