ଭୁବନେଶ୍ୱର : ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ I ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍‌ ଆସିଛି I ସମ୍ବଲପୁର ଓ ଦେବଗଡ଼ରେ କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ବାଡ୍ ଦ୍ବାରା ଯାଞ୍ଚ ଚାଲିଛି I ଦେବଗଡ଼ ଜିଲ୍ଲା ନ୍ୟାୟଳୟରେ ୩ଟି ଆର୍‌ଡିଏକ୍ସ ଥିବା ମେଲ୍‌ ଆସିଛି I କଟକରେ ଜିଲ୍ଲା ଜଜ୍‌ କୋର୍ଟ ପରିସରକୁ ଖାଲି କରାଯାଇଛି I କଟକ ଜିଲ୍ଲା କୋର୍ଟ ପରିସରରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି I କିଏ ମେଲ୍‌ କରିଛି ପୋଲିସ ଏଯାବତ ସ୍ପଷ୍ଟ କରି ନାହିଁ I ଭୟର ବାତାବରଣ ସୃଷ୍ଟି ପାଇଁ ଏପରି କରାଯାଇଛି ବୋଲି କହୁଛନ୍ତି ଆଇନଜୀବୀ I ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଦାବି ହୋଇଛି I
୩ଟିକୋର୍ଟକୁ ବୋମା ଧମକ ପରେ ହାଇକୋର୍ଟରେ ପ୍ରତିଷେଧକ ଲାଗିଛି Iହାଇକୋର୍ଟକୁ ମଧ୍ୟ ଯାଞ୍ଚ ଉଦ୍ଦେଶ୍ୟରେ ଖାଲି କରାଗଲା I ବୋମା ନିଷ୍କ୍ରିୟକାରୀ ଦଳ ସହ ସନ୍ଧାନୀ କୁକୁରର ତଲାସୀ ଚାଲିଛି I