ଭୁବନେଶ୍ୱର: ବେଟିଂ ଏବଂ ଜୁଆ ୱେବସାଇଟ୍ ବନ୍ଦ ହେଲା I ଭାରତ ସରକାର 242ଟି ଅବୈଧ ବେଟିଂ ଏବଂ ଜୁଆ ୱେବସାଇଟ୍ ଲିଙ୍କ୍ ଅବରୋଧ କରିଛନ୍ତି। ଏପର୍ଯ୍ୟନ୍ତ 7,800ରୁ ଅଧିକ ଅବୈଧ ବେଟିଂ ଏବଂ ଜୁଆ ୱେବସାଇଟ୍ ହଟାଇ ଦିଆଯାଇଛି, ଅନଲାଇନ୍ ଗେମିଂ ଆଇନ ପାସ୍ ହେବା ପରେ କାର୍ଯ୍ୟାନୁଷ୍ଠାନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏଭଳି କାର୍ଯ୍ୟାନୁଷ୍ଠାନ ଉପଭୋକ୍ତା ବିଶେଷକରି ଯୁବପିଢ଼ିଙ୍କୁ ସୁରକ୍ଷା ଦେବା ଏବଂ ଅବୈଧ ଅନଲାଇନ୍ ବେଟିଂ ଏବଂ ଜୁଆ ପ୍ଲାଟଫର୍ମ ଦ୍ୱାରା ହେଉଥିବା ଆର୍ଥିକ ଏବଂ ସାମାଜିକ କ୍ଷତିକୁ ରୋକିବା ପାଇଁ ସରକାରଙ୍କ ଭଲ ପଦକ୍ଷେପ I