ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ। କଳାବ୍ୟାଜ୍ ପିନ୍ଧି ଓପିଡିରେ ରୋଗୀ ସେବା କରୁଛନ୍ତି ଜୁନିଅର୍ ଡାକ୍ତର। ସରକାରୀ ଡାକ୍ତରଙ୍କୁ ସୁରକ୍ଷା ଦାବି କରିଛି PGIMR ଏଣ୍ଡ କ୍ୟାପିଟାଲ ହସ୍ପିଟାଲ ଜୁନିୟର ଡାକ୍ତର ସଂଘ। କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ସଚିବ ଏସ ଆଶ୍ବଥୀ ପହଞ୍ଚି ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାର ଯତ୍ନବାନ ଥିବା କହିଲେ ଏବଂ ଘଟଣାରେ ଜଣେ ଗିରଫ ହୋଇଛନ୍ତି, ସବୁ ଅଭିଯୁକ୍ତ ଗିରଫ ହେବେ ବୋଲି ମତବ୍ୟକ୍ତ କରିଛନ୍ତି I ଡାକ୍ତରମାନଙ୍କ ସୁରକ୍ଷା ଯୋଗାଇଦେବା ସହ ସେମାନଙ୍କଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ I ଗତକାଲି ଆଉଟ୍ ଡୋରରେ ରୋଗୀ ନଦେଖିବାରୁ ଡାକ୍ତରଙ୍କୁ ଆକ୍ରମଣ କରି ହାତ ଭାଙ୍ଗି ଦେଇଥିଲେ ସମ୍ପର୍କୀୟ। ଆଉଟ୍ ଡୋର ବନ୍ଦ ହୋଇଥିବାରୁ ଏମରଜେନ୍ସି ଯିବାକୁ ପରାମର୍ଶ ଦେଇଥିବାରୁ ଉତ୍ତ୍ୟକ୍ତ ହୋଇ ଡାକ୍ତର ଓ ପ୍ଲାଷ୍ଟର୍ ଟେକ୍ନିସିଆନଙ୍କୁ ଆକ୍ରମଣ କରାଯାଇଥିଲା।