ଭୁବନେଶ୍ୱର: ଛାରଖାର ହୋଇଗଲା ୧ ନମ୍ବର ମାର୍କେଟ; ଜଳି ପୋଡି ପାଉଁଶ, କୋଟି କୋଟି ଟଙ୍କାର କ୍ଷତି I ଗତକାଲି ରାତିରେ ୟୁନିଟ-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି୪୦ରୁ ଅଧିକ ଦୋକାନ ଜଳିଗଲା I ପାଉଁଶ ହେଲା କୋଟି କୋଟି ଟଙ୍କାର ସାମଗ୍ରୀ I ଦୀର୍ଘ ୩ ଘଣ୍ଟା ପରେ ନିଆଁ ଆୟତ୍ତ ,ନିଆଁକୁ ଆୟତ୍ତ କଲେ ୭୦ ଜଣ ଅଗ୍ନିଶମ କର୍ମଚାରୀ I ଏକ ନମ୍ବର ହାଟରେ ଘଟଣାସ୍ଥଳ ବୁଲି ଦେଖିଲେ ମେୟର ସୁଲୋଚନା ଦାସ I ‘ନିୟମ ମାନୁ ନାହାନ୍ତି ମାର୍କେଟର ଦୋକାନୀ’ ‘ଜ୍ବଳନଶୀଳ ବସ୍ତୁ ପାଇଁ ନିଆଁ ଜୋରରେ ଲାଗିଥିଲା’ ବିଏମ୍‌ସିର ତାଗିଦ ପରେ ବି ଶୁଣୁନାହାନ୍ତି ବୋଲି ମେୟର କହିଛନ୍ତି I ଜରିପାଲ ଓ ପ୍ଲାଷ୍ଟିକ ପାଇଁ ନିଆଁ ଅଧିକ ବ୍ୟାପି ଥାଇପାରେ”ନିୟମ ମାନୁନଥିଲେ ବ୍ୟବସାୟୀ, ଆବଶ୍ୟକତାଠାରୁ ଅଧିକ ଜରିପାଲ ରଖୁଥିଲେ I ଅଳ୍ପ ସ୍ଥାନ ଭିତରେ ଛୋଟ ଛୋଟ ଦୋକାନ ଗୁଡ଼ାକ ହୋଇଥିବାରୁ ନିଆଲଭିବାରେ ସମସ୍ୟା ଦେଖାଦେଇଥିଲା I ବ୍ୟବସାୟୀ ମାନଙ୍କର କୋଟି କୋଟି ମୂଲ୍ୟର ଆସବାବପତ୍ର ଜିନିଷ ପୋଡି ନଷ୍ଟ ହୋଇଯାଇଛି I