ଭୁବନେଶ୍ୱର : ଗତକାଲି ସକାଳ ୬ରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦରେ ଜରୁରୀ ସେବା ଗୁଡ଼ିକ ଖୋଲା ରହିବ ବୋଲି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ କହିଛନ୍ତି I ସ୍କୁଲ, କଲେଜ, ମେଡିକାଲ୍ ଏବଂ ଅତ୍ୟାବଶ୍ୟକ ସେବା ବନ୍ଦରୁ ବାଦ୍ ରହିବ। ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ, PUCC, ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବନ୍ଦ ଡାକରା ଦିଆଯାଇଛି। ନଵନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ସୂଚନା ଦେଇଛନ୍ତି I