ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଗସ୍ତ ସମୟରେ ମା`ତାରାତାରିଣୀ ପୀଠରେ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମରେ ସାମିଲ ହେବେ I ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ଜଣ ଦମ୍ପତିଙ୍କ ସାମୂହିକ ବିବାହରେ ଯୋଗଦେବେ I ମୁଖ୍ୟମନ୍ତ୍ରୀ ଦମ୍ପତିଙ୍କୁ ୫୧ ହଜାର ଟଙ୍କାର ଚେକ୍‌ ଓ ବିବାହ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରିବେ I ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓଡ଼ିଶା ସରକାରଙ୍କ ଏକ ୱେଲଫେୟାର୍ ସ୍କିମ୍ । ଏ ସ୍କିମରେ ଗରିବ ଓ ଆର୍ଥିକ ଅନଗ୍ରସର ପରିବାରକୁ ବା ପରିବାରର ଜଣେ ଝିଅଙ୍କୁ ତାଙ୍କର ବିବାହ ପାଇଁ ଓଡ଼ିଶା ସରକାର ଆର୍ଥିକ ସାହାଯ୍ୟ ପ୍ରଦାନ କରିବେ । ଏ ସ୍କିମ୍ ଦ୍ୱାରା ସାମୁହିକ ବିବାହର ଆୟୋଜନ କରାଯିବ।ଯେଉଁଠି ଗୋଟିଏ ଜାଗାରେ ବହୁତ ଗୁଡିଏ ବିବାହ ଅନୁଷ୍ଠିତ ହେବ ଯାହାର ଖର୍ଚ୍ଚ ସରକାର ବହନ କରିବେ । ବିବାହକୁ ଆଇନ୍ ଅନୁଯାଇ ପୂରା ରୀତିନୀତିରେ, ସମ୍ମାନ ଓ ମର୍ଯ୍ୟାଦାର ସହ କରାଯିବ । ଏହା ଦ୍ୱାରା ଯୌତୁକ ପ୍ରଥା ବା ସେଭଳି କୌଣସି ଦେଣନେଣର ଯେଉଁ ଚାପ ଥାଏ ଝିଅ ଘର ଉପରେ ତାହା ରହିବ ନାହିଁ । ସରକାର ଅର୍ଥ ଆକାରରେ ସାହାଯ୍ୟ କରିବେ ।