ଭୁବନେଶ୍ୱର : ଏଣିକି ହ୍ବାଟ୍‌ସ ଆପ୍‌ରେ ମିଳିବ ରାଜସ୍ୱ ସେବା I ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା ଦେଇଛନ୍ତି I ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ I ଜମିଜମା ବାବଦର ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ I ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ I ଦୁର୍ନୀତି ବନ୍ଦ ସହ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି I ଦୁର୍ନୀତି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡ଼ା ଆକ୍ସନ I କାମ ନହେଲେ ରାଜସ୍ୱ ମନ୍ତ୍ରୀଙ୍କୁ ହ୍ବାଟ୍‌ସ ଆପ୍‌ରେ ଅଭିଯୋଗ କରିପାରିବେ