ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି | ଉତ୍ତରପଶ୍ଚିମ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଭାବିକ ଠାରୁ କମ ତାପମାତ୍ରା ରହିବ । ଆଗାମୀ 4-5 ଦିନ ରାଜ୍ୟରେ ଜାରି ରହିବ ଶୀତର ପ୍ରଭାବ, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡା, ଏବଂ କଳାହାଣ୍ଡି ଜିଲ୍ଲାର ପାହାଡିଆ ଅଞ୍ଚଳରେ (ଶିମିଳିପାଳ ମଧ୍ୟ) ୫ ଡିଗ୍ରୀ ତଳେ ରହିପାରେ ପାରଦ। ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏଁ ଶୀତ ଲହରି | ଜି. ଉଦୟଗିରି ୪.୩, ସେମିଳିଗୁଡ଼ା ୪.୬, ଫୁଲବାଣୀ ୭.୨, ଝାରସୁଗୁଡ଼ା ୭.୪, ଦାରିଙ୍ଗବାଡ଼ି ୭.୫, ରାଉରକେଲା ୭.୬, ଚିପିଲିମା ୮, ଅନୁଗୁଳ ୮.୮, କିରେଇ ୮.୯, ଭବାନୀପାଟଣା ୯ |