
ଭୁବନେଶ୍ୱର: ଗଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ I ୨୬ ଜାନୁଆରୀ ୨୦୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହେବାକୁଥିବା ଗଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଝଲସିବ। ଏଥିରେ କୋରାପୁଟ କଫି ,କୋଣାର୍କ ସୂର୍ଯ୍ୟ ମନ୍ଦିର, ରଘରାଜପୁର ପଟ୍ଟଚିତ୍ର , ଘୋଡାନାଚ, କଟକର ପ୍ରସିଦ୍ଧ ରୁପାର ତାରକସି କାମ ମଧ୍ୟ ଶୋଭାପାଇବ I ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ସ୍ଥାନ ପାଇଲା ଓଡ଼ିଶା । ଓଡ଼ିଶାର କଳାକୃତିକୁ ଆଧାର କରି ପ୍ରସ୍ତାବିତ ପ୍ରଜ୍ଞାପନ ମେଢ଼କୁ ମଞ୍ଜୁରୀ । ଏନେଇ ମଞ୍ଜୁରୀ ଦେଲା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ । ଜାନୁଆରୀ ୧୯ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ । ଚଳିତ ବର୍ଷର ବିଷୟବସ୍ତୁ ‘ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ’ ଆଧାରରେ ଓଡ଼ିଶାର ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରାଯାଉଅଛି। କୃଷିରୁ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ଗଠନରେ ଓଡ଼ିଶାର ଅବଦାନର ଝଲକ ଏଥିରେ ଦେଖିବାକୁ ମିଳିବ। ପ୍ରଜ୍ଞାପନ ମେଢରେ ଓଡ଼ିଶାର କୃଷି ଓ ସାଂସ୍କୃତିକ ସମୃଦ୍ଧିରୁ ଆଧୁନିକ ଶିଳ୍ପ, ଦକ୍ଷତା ବିକାଶ ଏବଂ ନବସୃଜନ ଓ ପ୍ରଯୁକ୍ତିର ଏକ ସମ୍ମିଳିତ ଦୃଶ୍ୟ ଉପସ୍ଥାପନ କରାଯିବ।
