ଭୁବନେଶ୍ୱର : ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଜିତେନ୍ଦ୍ର ପଣ୍ଡାଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ । ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ ମହଲା କୋଠା ଠାବ ହୋଇଛି I ବଡ଼ଗଡ଼ ବ୍ରିଟ୍ କଲୋନୀରେ ୩ ମହଲା ଓ ଖୋର୍ଦ୍ଧାର ସାନପଲ୍ଲାରେ ୨ ମହଲା କୋଠା ରେଡ୍ ହୋଇଛି I ବେଆଇନ ସମ୍ପତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ ଜାରି ରହିଛି I ଏହି ରେଡରେ ୪ ଜଣ DSP, ୭ଜଣ ଇନ୍ସପେକ୍ଟର, ଜଣେ SI ଓ ୮ ASI ଚଢାଉରେ ସାମିଲ୍ ହୋଇଥିଲେ I