
ଭୁବନେଶ୍ୱର: କନ୍ୟା ବିବାହ ଯୋଜନାରେ ଉପହାର ଦେବେ ରାଜ୍ୟ ସରକାର I ଉତ୍କଳିକା ଓ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ MoU ସ୍ବାକ୍ଷରିତ ହୋଇଛି I ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ MoU ସ୍ବାକ୍ଷରିତ ହୋଇଛି I ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମିଳିବ ଶାଢୀ, ଚୁଡ଼ି, ପାଉଁଜି, ବିନ୍ଦି I ଉତ୍କଳିକା ମାଧ୍ୟମରେ ସରକାର ଯୋଗାଇବେ ହିତାଧିକାରୀଙ୍କୁ I ଯୋଜନାରେ ୫୧ ହଜାର ଟଙ୍କା ସହାୟତା ରାଶି ଦେବେ ସରକାର I ବାହାଘର ପଞ୍ଜୀକରଣର ୭ ଦିନ ପରେ ଆକାଉଣ୍ଟକୁ ଯିବ ୩୫ ହଜାର I ଉପହାର ପାଇଁ ୧୦ ହଜାର ଓ ସାଜସଜା ପାଇଁ ୬ ହଜାର ଦେବେ ସରକାର I ଏହି ଯୋଜନାରେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିବ I
