ଢେଙ୍କାନାଳ ନୀଳକଣ୍ଠପୁରରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗଦେଇ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।
ଦେଶମାତୃକାର ସୁରକ୍ଷା ଓ ସ୍ବାଭିମାନ ରକ୍ଷା ପାଇଁ ପ୍ରଜାମଣ୍ଡଳ ଆନ୍ଦୋଳନରେ ବ୍ରତୀ ହୋଇ ମାତ୍ର 12 ବର୍ଷ ବୟସରେ ଇଂରେଜଙ୍କ ଗୁଳିର ଶିକାର ହେବା ସହ ସର୍ବକନିଷ୍ଠ ଶହୀଦ ହେବାର ଗୌରବ ଅର୍ଜନ କରିଥିଲେ। ଦେଶ ସ୍ବାଧୀନତାର ସ୍ବର୍ଣ୍ଣିମ ଇତିହାସରେ ଆଜିବି ଚିର ସଜୀବ ତାଙ୍କର ସେଇ ଅପ୍ରତିଦ୍ବନ୍ଦ୍ବୀ ବୀରତ୍ୱ ଓ ନିସ୍ବାର୍ଥପର ତ୍ୟାଗ। ଓଡ଼ିଶା ମାଟିର ସେଇ ଅଜେୟ ଅମର ଆତ୍ମାଙ୍କୁ ରାଜ୍ୟବ୍ୟାସୀ ବି ଜଣାଇଛନ୍ତି କୋଟି କୋଟି ନମନ।