ଭୁବନେଶ୍ୱର: ଆସନ୍ତା ୧୮ ତାରିଖ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା ବୋଲି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା I
୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳାଙ୍କୁ ମିଳିବ ଟଙ୍କା I ପ୍ରଥମ କିସ୍ତି ପାଇବେ ନୂଆ ୧ ଲକ୍ଷ ୭୮ ହଜାର ୩୯୮ ମହିଳା I
୧ମ ଓ ୨ୟ କିସ୍ତିରୁ ବାଦ୍‌ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ବି ପାଇବେ I ବାଦ୍‌ ପଡ଼ିଥିବା ମହିଳା ଏକାଥରକେ ୨ଟି କିସ୍ତି ପାଇବେ I
ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀ ସାମିଲ ହୋଇଥିଲେ I ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ I