ଭୁବନେଶ୍ୱର: ନିଶାଙ୍କ ପାଇଁ ବନ୍ଧା ହେଲେ ଆୟୋଜକ, ବଦଳିଲେ ଉପଜିଲ୍ଲାପାଳ I ନିଶାଙ୍କ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ କଡ଼ା ଆକ୍ସନ ନେଇଛି ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପ୍ରଶାସନ। ନିଶାଙ୍କ ନାଚକୁ ନେଇ କଡ଼ା ଆକ୍ସନ, ବନ୍ଧା ହେଲେ ଆୟୋଜକ, ବଦଳିଲେ ଉପଜିଲ୍ଲାପାଳ। ଅପେରା ପାର୍ଟିରେ ଅଶ୍ଳୀଳ ଆଇଟମ୍ ଡ୍ୟାନ୍ସ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ୧୭ ଜଣ ଆୟୋଜକ ଗିରଫ ହୋଇଛନ୍ତି। ଛତିଶଗଡ଼ ଉରମାଳରେ ଓଡ଼ିଶାର ବନଦୁର୍ଗା ଗଣନାଟ୍ୟକୁ ଗତ ୪ରୁ ୧୦ ତାରିଖ ଯାଏଁ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିଥିଲା। ୯ ତାରିଖରେ ସେଠାରେ ଷ୍ଟେଜ ସୋ କରିଥିଲେ ନିଶା ମହାରଣା। ତାଙ୍କ ଅଶ୍ଳୀଳ ଡ୍ୟାନ୍ସକୁ ନେଇ ହଙ୍ଗାମା ହୋଇଥିଲା। ଏହାପରେ ଗରିଆବନ୍ଦ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୧୦ ତାରିଖରେ ଯାତ୍ରା ବନ୍ଦ ହୋଇଥିଲା।ଅପେରା ପାଇଁ ଅନୁମତି ଦେଇଥିବାରୁ ଉପଜିଲ୍ଲାପାଳ ତୁଳସୀଦାସ ମକରମଙ୍କୁ ବଦଳି କରାଯାଇଥିବା ବେଳେ ସେଦିନ ଯାତ୍ରା ପରିବେଷଣ ବେଳେ ଉପସ୍ଥିତ ଥିବା ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ସୂଚନା ଦେଇଛନ୍ତି ଗରିଆବନ୍ଦ ଜିଲ୍ଲାପାଳ। ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନହେବ ସେଥିପ୍ରତି କଡ଼ା ନଜର ରଖାଯାଇଥିବା ଗରିଆବନ୍ଦ ଅତିରିକ୍ତ ଏସପି କହିଛନ୍ତି।