ଭୁବନେଶ୍ୱର : ପୁଣି କଂଗ୍ରେସକୁ ଝଟକା I କଂଗ୍ରେସରୁ ମହମ୍ମଦ ମୋକିମ ସମର୍ଥକଙ୍କ ସମୂହ ଇସ୍ତଫା ଦେଲେ I ମୋଟ୍‌ ୪୧ ଜଣ କଂଗ୍ରେସ ନେତାଙ୍କ ସମୂହ ଇସ୍ତଫା ଦେଇଛନ୍ତି I ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ ସଭାପତିଙ୍କ ଇସ୍ତଫା ଦେଲେ I କିଛି ଯୁବ ଓ ଛାତ୍ର କର୍ମକର୍ତ୍ତା ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଲେ I ମୋୖକିମଙ୍କୁ ଦଳରୁ ବହିଷ୍କାର କରିବାପରେ ତାଙ୍କ ସମର୍ଥକମାନେ ଅସନ୍ତୁଷ୍ଠ ଥିଲେ I କିଛି ଦିନଧରି ଦଳରେ ହେଉଥିବା କାର୍ଯ୍ୟକଲାପ ଲାଗି ଦ୍ଵନ୍ଦ ସୄଷ୍ଟି ହୋଇଥିଲା I