ଭୁବନେଶ୍ୱର: ରାଜ୍ୟରେ ଲାଗୁହେଲା ନୂଆ ଖଣିଜ ନିୟମ I ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥରଖଣି ଲିଜ୍‌ I କାର୍ଟେଲାଇଜେସନ୍ ରୋକିବାକୁ ଇ-ଲଟେରୀ ବ୍ୟବସ୍ଥା କରାଯାଇଛି I ଏ ଯୋଜନାର ଲାଭ ନେବାକୁ ହେଲେ ଏମଏସଟିସି ପୋର୍ଟାଲରେ ‘ଫର୍ମ-ସି’ରେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ I ୧୦ ହଜାର ଟଙ୍କା ଅଣଫେରସ୍ତ ଆବେଦନ ଫି’ ସହ ୧୦% ଅମାନତ ରାଶି ଦେବାକୁ ପଡ଼ିବ I ପରିବାରର ସମସ୍ତ ସଦସ୍ୟଙ୍କ ନାମ ଥିବା ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ I