ଆଜି ଆମେ ଆଲୋଚନା କରିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଡାଇଲଗରୁ ଆପଣ ମାନେ ଖୁସି ତ ?

ନୂଆପଡା ଉପ-ନିର୍ବାଚନର ଧାର୍ଯ୍ୟ ତାରିଖ ହେଉଛି ଆସନ୍ତା ୧୧ ତାରିଖ, ଏ କଥା ତ ଆପଣମାନେ ଜାଣିନ୍ତି ପ୍ରଚାର ମଇଦାନକୁ ଓହ୍ଲାଇବା ପାଇଁ ନବୀନ ସଜବାଜ ହେଲେଣି । ଆସନ୍ତା ୩ ତାରିଖରେ ସେ କୋମନା ଯାଇ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ ଓ ଭୋଟ ଭିକ୍ଷା କରିବେ । ଏହା ପୂର୍ବରୁ ନବୀନ ସାମାଜିକ ଗଣମାଧ୍ୟମରେ ଭିଡିଓବାର୍ତ୍ତା ଛାଡିଛନ୍ତି । ସେ କହିଛନ୍ତି କୋମନାର ଭାଇ ଭଉଣି ମାନଙ୍କୁ ଜୁହାର, ଆସନ୍ତା ୩ ତାରିଖରେ ମୁଁ କୋମନା ଆସୁଛି,ଆପଣମାନଙ୍କୁ ଭେଟିବି । ଆପଣ ମାନଙ୍କ ସହ ୨ପଦ କଥା ହେବି ଆପଣ ମାନେ ଖୁସି ତ ? ଏଭଳି ନିଆରା ଶୈଳିରେ ପଚାରିଛନ୍ତି ନବୀନ ।

youtube placeholder image