ଆସାମ :ଆସାମର ହୋଜାଇ ଜିଲ୍ଲାର ଜମୁନାମୁଖ ପୋଲିସ ଷ୍ଟେସନ ଅନ୍ତର୍ଗତ ସାଇରଙ୍ଗ-ନୂଆ ଦିଲ୍ଲୀ ରାଜଧାନୀଏକ୍ସପ୍ରେସ ହାତୀ ପଲ ସହିତ ଧକ୍କା ହେବା ଫଳରେ 8ଟି ହାତୀର ମୃତ୍ୟୁ ଘଟିଛି ଏବଂ ଗୋଟିଏ ଛୁଆହାତୀ ଗୁରୁତର ଆହତ ହୋଇଛି। ରେଳବାଇ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ ଲାଇନଚ୍ୟୁତ ହେବାରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି। ପ୍ରଭାବିତ କୋଚ୍‌ର ଯାତ୍ରୀମାନଙ୍କୁ ଅସ୍ଥାୟୀ ଭାବରେ ଅନ୍ୟ କୋଚ୍‌ରେ ଉପଲବ୍ଧ ଖାଲି ବର୍ଥରେ ସ୍ଥାନାଂତର କରା ଯାଇଛି। ଲାଇନଚ୍ୟୁତ କୋଚ୍‌ଗୁଡ଼ିକୁ ଅଲଗା କରିବା ପରେ, ଟ୍ରେନ୍ ସକାଳ ପ୍ରାୟ 6.11 ରେ ଗୌହାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଟ୍ରେନ୍ ଗୌହାଟିରେ ପହଞ୍ଚିବା ପରେ, ଆଗକୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ରଖିବା ପାଇଁ ଅତିରିକ୍ତ କୋଚ୍ ସଂଯୋଗ କରାଯିବ। ରେଳ ଲୋକୋ ପାଇଲଟ୍ ଟ୍ରାକରେ ହାତୀପଲକୁ ଦେଖିବା ପରେ ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ, କିନ୍ତୁ ଧକ୍କାକୁ ଏଡାଯାଇ ପାରିଲା ନାହିଁ। ଗୌହାଟୀରୁ ପ୍ରାୟ ୧୨୬ କିଲୋମିଟର ଦୂରରେ ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ଲୁମଡିଂ ଡିଭିଜନ ଅନ୍ତର୍ଗତ ଯମୁନାମୁଖ-କାମ୍ପୁର ସେକ୍ସନରେ ଏହି ଘଟଣାଟି ସକାଳ ପ୍ରାୟ ୨.୧୭ ରେ ଘଟିଥିଲା। ଟ୍ରେନ୍ (୨୦୫୦୭ ଡାଉନ୍) ହାତୀଗୁଡ଼ିକୁ ଧକ୍କା ଦେଇଥିଲା, ଯାହା ଫଳରେ ଲୋକୋମୋଟିଭ୍ ଏବଂ ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଥିଲା I