ଭୁବନେଶ୍ୱର : କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ ଭାବେ ଅମରାବତୀକୁ ଅନୁମୋଦନ ଦେଇଛନ୍ତି। ରାଜଧାନୀ ପ୍ରଶ୍ନ ଉପରେ ବର୍ଷ ବର୍ଷର ଅନିଶ୍ଚିତତାର ଅନ୍ତ ଘଟାଇ ଏକ ଐତିହାସିକ ପଦକ୍ଷେପ। ପ୍ରଶାସନ, କୋର୍ଟ ଏବଂ ଶକ୍ତି କେନ୍ଦ୍ରଗୁଡ଼ିକ ଏବେ ଅମରାବତୀରେ କେନ୍ଦ୍ରୀଭୂତ ହେବ। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନରେ ସଂଶୋଧନ ମାଧ୍ୟମରେ ଅମରାବତୀକୁ ଆନୁଷ୍ଠାନିକ ଭାବରେ ଆନ୍ଧ୍ରପ୍ରଦେଶର ରାଜଧାନୀ ଘୋଷଣା କରାଯିବ। ଅମରାବତୀର ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ପିନ୍ କୋଡ୍ ଗଠଣ କରାଯିବ I