ଭୁବନେଶ୍ୱର : ପ୍ରଥମ ମହିଳା ଆଇଏଏସ୍
ଅନୁ ଗର୍ଗ ହେଲେ ମୁଖ୍ୟ ଶାସନ ସଚିବ । ୧୯୯୧ ବ୍ୟାଚର ମହିଳା ଆଇଏଏସ ଅନୁ ଗର୍ଗଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟ ଶାସନ ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଆସନ୍ତା ୩୧ ତାରିଖରେ ମୁଖ୍ୟ ଶାସନ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଅନୁ ଗର୍ଗ ୨୦୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଦାୟୀତ୍ୱରେ ରହିବେ ।