
ଭୁବନେଶ୍ୱର :ବିଜେଡି ଭାଙ୍ଗିଯିବ ବୋଲି ଅପପ୍ରଚାରକୁ ନବୀନଙ୍କ କାଉଣ୍ଟର
ବିଜେଡି ଭାଙ୍ଗିଯିବ ବୋଲି ବିରୋଧୀ ଅପପ୍ରଚାର କରୁଛନ୍ତି । କିନ୍ତୁ ବିଜେଡି ଭାଙ୍ଗିବନି । ବିଜେଡି ଅଛି, ଥିଲା ଓ ଭବିଷ୍ୟତରେ ରହିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ୨୯ ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ନବୀନ କହିଛନ୍ତି, ବିଜେଡି ଗୋଟିଏ କିମ୍ବା ଦୁଇ ନେତା ଥିବା ଦଳ ନୁହେଁ, ବିଜେଡି ଓଡ଼ିଶାବାସୀଙ୍କ ଭାବାବେଗ ଓ ଗର୍ବ । ବରଂ ଗତ ୧୮ ମାସର ବିଜେପି ସରକାରରେ ଲୋକେ ଅତିଷ୍ଠ ହେଲେଣି । ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେଉଛି । ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ିଚାଲିଛି । ମିଶନ ଶକ୍ତି ମାଆମାନେ ହଇରାଣ ହେଉଛନ୍ତି । ଯୁବ ସମାଜ ହତାଶ ହୋଇଗଲେଣି । ଡବଲ ଇଂଜିନ ସରକାରରେ କିଛି ବି ବିକାଶ ହୋଇନାହିଁ I ଚାଷୀଙ୍କ ସମସ୍ୟା ବଢିଛି । ମଣ୍ଡିରେ ସମସ୍ୟା ବଢିଛି । ରାଜ୍ୟରେ ଆଇନଶୃଙ୍ଖଲା ବିଗିଡିଛି ଓ ଅତ୍ୟାଚାର ବଢୁଛି ବୋଲି ନବୀନ କହିଛନ୍ତି I ଏଭଳି ସ୍ଥିତିରେ ବିଜୁବାବୁଙ୍କ ଆଦର୍ଶରେ ରାଜ୍ୟବାସୀଙ୍କ ସେବା ଜାରି ରହିବ ବୋଲି ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ନବୀନ କହିଛନ୍ତି ।
