ଭୁବନେଶ୍ୱର: କ୍ୟାବିନେଟରେ ବୈଠକ ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି I ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି I ୨କିଲୋୱାଟ ଯାଏଁ ଥିବା ୮.୭୫ ଲକ୍ଷ ମିଟରକୁ ବଦଳାଇ ଲଗାଯିବ ନୂଆ ସ୍ମାର୍ଟ ମିଟର ଲଗାଯିବ I ଏହି ଯୋଜନା ବାବଦକୁ ରାଜ୍ୟ ସରକାରଙ୍କର ମୋଟ ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ I ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗେଇବାକୁ ୮୮ କୋଟି ଖର୍ଚ୍ଚ ହେବ I ସ୍ମାର୍ଟ ମିଟର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ I ସ୍ମାର୍ଟ ମିଟର DISCOM ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ I