ଭୁବନେଶ୍ୱର :ଜାନୁଆରୀ ୨୫ ଅନୁଷ୍ଠିତ ହେବ ପ୍ରସିଦ୍ଧ ମାଘମେଳା ସେଥିଲାଗି ବିଏମସି ପକ୍ଷରୁ ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା I
ମେଲାକୁ ଠିକ୍ ଭାଗେ ଆୟୋଜନ କରିବା ଲାଗି କର୍ପୋରେଟର, ଷ୍ଟାଣ୍ଡିଂ କମିଟି, ଯାତ୍ରା କମିଟି, ବିଦ୍ୟୁତ ବିଭାଗ, ପୋଲିସର ସହିତ
ବସିଥିଲା I ଏହି ମେଳାକୁ ପରିଚାଳନା କରିବାକୁ ନିୟୋଜିତ ହେବେ ପୁରୁଷ ଓ ମହିଳା ସୁରକ୍ଷାକର୍ମୀ,କଡ଼ାକଡ଼ି ହେବ ପୁଲିସର ପାଟ୍ରୋଲିଂ I ସୁରକ୍ଷା ଦୃଷ୍ଟିକୋଣରୁ ଲାଗିବ ୧୦୦ଟି ସିସିଟିଭି,ଚୋରି ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ I ଏଥର ମଧ୍ୟ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା କରାଯାଇଛି I ୭ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛିI