ଭୁବନେଶ୍ୱର :ବାରିପଦାର ଶିମିଳିପାଳରେ ତାପମାତ୍ରା ‘ଶୂନ’ ରେକର୍ଡ I ଉପରବାରକାମୁଡ଼ାରେ ‘ଶୂନ’ ତାପମାତ୍ରା ନେଇ ଆର୍‌ସିସିଏଫ୍‌ ସୂଚନା ଦେଇଛନ୍ତି I ଚହଲାରେ ୨, ବରେଇପାଣି ଓ ଗୁଡୁଗୁଡ଼ିଆରେ ୫ ଡିଗ୍ରୀ ତାପମାତ୍ରା ରହିଛି I ଥଣ୍ଡା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି I ଉପରବାର୍ହାକାମୁଡା, ଶିମିଳିପାଳ ଓ ଦେବସ୍ଥଳୀରେ ତୁଷାରପାତ ଦେଖାଦେଇଛି I ଅଭୟାରଣ୍ୟ ଅନେକ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣରେ ରହିଛି I ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ I ଘନ କୁହୁଡ଼ି ଯୋଗୁ ଦିନ ୧୦ଟା ଯାଏ କିଛି ଦେଖାଯାଉନି I