ଭୁବନେଶ୍ୱର: କୁମ୍ଭୀର ଗଣନା ପାଇଁ ଜାନୁୟାରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ I ସେହିପରି ଅନୁଗୁଳର ମହାନଦୀର ସାତକୋଶିଆ ଘାଟିରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ, ୩ ଦିନ ଧରି ଚାଲିବ ଗଣନା। ସାତକୋଶିଆ, ଆଠମଲ୍ଲିକ ଏବଂ ମହାନଦୀ ଭଳି ୩ଟି ବନ ଡିଭିଜନର ୧୪ଟି ଦଳ ନିୟୋଜିତ। ପ୍ରାୟ ୫୦ ଜଣ ବନ ଅଧିକାରୀ ଏବଂ ଗବେଷଣା ଫେଲୋ ଏଥିରେ ସାମିଲ ଅଛନ୍ତି।ତେଣୁ ତିନି ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ I ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବନ ବିଭାଗ ଅଧୀନରେ ଥିବା ଘୋଡାହାଡା ଡ୍ୟାମରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି, ଯେଉଁଠାରେ ୨୦୨୨ ପରଠାରୁ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ଗଣନାରେ ଦିଗପହଣ୍ଡି ରେଞ୍ଜର ସନ୍ତୋଷ ବିଶୋୟୀ ରତ୍ନଙ୍କ ନେତୃତ୍ୱରେ ୨୫ ଦଳ ଏବଂ ୨୫ ରୁ ଅଧିକ ବନ କର୍ମଚାରୀ ସାମିଲ ଅଛନ୍ତି।