ଭୁବନେଶ୍ୱର : ଏପ୍ରିଲ ପହିଲା ଯାଏଁ କୋହଳ ହେଲା ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ । ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ । ଏହାସହ ଟୋଲଗେଟରେ ଇ-ଡିଟେକ୍ସନ କଟୁଥିବା ଜରିମାନାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଅନ୍ୟପକ୍ଷରେ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା ୧୦ହଜାର ଟଙ୍କା ଜରିମାନାକୁ କମାଇବା ନେଇ ତର୍ଜମା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ବ୍ୟବହାର ନ କରିବାକୁ ନିବେଦନ କରିଛନ୍ତି ମନ୍ତ୍ରୀ । ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବାଧ୍ୟତାମୂଳତ ପ୍ରଦୂଷଣ ପ୍ରମାଣପତ୍ର କରାଇନେବାକୁ ମଧ୍ୟ ‎ପରାମର୍ଶ ଦେଇଛନ୍ତି ।