ଭୁବନେଶ୍ୱର: ଡିଜିଟାଲ ଗଭର୍ଣ୍ଣାନ୍ସରେ ସୁଧାର ଆଣିଲେ ଓଡ଼ିଶା ସରକାର I ଏଣିକି ସ୍ବଦେଶୀ ଇମେଲ ବ୍ୟବହାର କରିବେ ସରକାରୀ କର୍ମଚାରୀ I ଓକାକ୍‌ ପକ୍ଷରୁ ଏହି ‘ଆଳାପ’ ଆପ୍‌କୁ ଡେଭଲପ୍‌ କରାଯାଇଛି I ଭିଡିଓ କନ୍‌ଫରେନ୍ସିଂ ସହିତ ଇମେଲ ପଠାଇବା ପାଇଁ ଆଳାପର ବ୍ୟବହାର କରାଯିବ I ସ୍ବଦେଶୀ ଆପର ବ୍ୟବହାର ଦ୍ବାରା ଡାଟା ଚୋରିର ଭୟ ରହିବ ନାହଁ I ଏହି ଆପର ବ୍ୟବହାର ପାଇଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ନିର୍ଦ୍ଦେଶନାମା ରହିଛି I