
ଭୁବନେଶ୍ୱର : ରାଜଧାନରେ ଥିବା ଏକାମ୍ର କାନନରେ ବାର୍ଷିକ ଫୁଲ ପ୍ରଦର୍ଶନୀ 2026 ଜାନୁଆରୀ 9 ରୁ ଆରମ୍ଭ ହୋଇଛି I ଏହି ବର୍ଷ ବାର୍ଷିକ ଫୁଲ ପ୍ରଦର୍ଶନୀ 2026 ଜାନୁଆରୀ 9 ରୁ ଜାନୁଆରୀ 11 ମଧ୍ୟରେ ଅନୁଷ୍ଠିତ ହେବ। ପରିଦର୍ଶକମାନେ ବାର୍ଷିକ ଫୁଲ ପ୍ରଦର୍ଶନୀ ପାଇଁ ସକାଳ 8.30 ରୁ ରାତି 8.30 ପର୍ଯ୍ୟନ୍ତ ଏକାମ୍ର କାନନ ପରିଦର୍ଶନ କରିପାରିବେ ଏବଂ ସେହି ସ୍ଥାନରେ ବିଭିନ୍ନ ପ୍ରକାରର ଫୁଲ ଦେଖିପାରିବେ। ପ୍ରବେଶ ସମସ୍ତଙ୍କ ପାଇଁ ମାଗଣା ଏବଂ ଆୟୋଜକମାନେ ଯାନବାହାନର ମାଗଣା ପାର୍କିଂ ପାଇଁ ବିସ୍ତୃତ ବ୍ୟବସ୍ଥା ମଧ୍ୟ କରI ଯାଇଛି । ସାଧାରଣ ଜନତାଙ୍କ ପାଇଁ ୬୫ ରୁ ଅଧିକ ଷ୍ଟଲ୍ – ଯେଉଁଥିରେ ପ୍ଲାଣ୍ଟ ଷ୍ଟଲ୍, ଖୋଲା ନର୍ସରୀ ୟୁନିଟ୍, ଖାଦ୍ୟ ଷ୍ଟଲ୍ ଏବଂ ବିଭିନ୍ନ ପ୍ରଦର୍ଶନୀ ବିଭାଗ ଅନ୍ତର୍ଭୁକ୍ତ କରାଯାଇଛି I ୨୦୨୬ ପ୍ରଦର୍ଶନୀର ପ୍ରମୁଖ ଆକର୍ଷଣରେ ଏକ ବଡ଼ ଫୁଲ ଗଠନ ଏବଂ ପରିଦର୍ଶକଙ୍କ ପାଇଁ ଆଠରୁ ଅଧିକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ସେଲ୍ଫି ପଏଣ୍ଟ ବ୍ୟବସ୍ଥା କରାଯାଇଛି I ପରିଦର୍ଶକମାନେ ସେଲ୍ଫି ପଏଣ୍ଟର ମଜା ନେଇପାଇରିବେ I ଲୋକେ କେବଲ ଫୁଲ ପ୍ରଦର୍ଶନୀ ନୁହେ ବନସାଇ , ବିଭିନ୍ନ ପ୍ରକାର ନରସରୀ , ଫୁଲ ଗଛ , ସୋ ଗଛ ଦେଖିପାରିବ ସହ ଆବଶ୍ୟକୀୟ ବହି, ସୂଚନା, ଉପକରଣ, ଖାତା ,ମଞ୍ଜି ମଧ୍ୟ କିଣି ଘରକୁ ନେଇପାରିବେ I
