ଭୁବନେଶ୍ୱର: ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ଟିଭିକେ ମୁଖ୍ୟ ବିଜୟ ଉପସ୍ଥିତ I ଅଭିନେତାରୁ ନେତା ପାଲଟିଥିବା ବିଜୟ ସିବିଆଇ ଅଫିସ୍‌ରେ ହାଜର ହୋଇଛନ୍ତି I କରୁର ଦଳାଚକଟା ଘଟଣାକୁ ନେଇ ବିଜୟଙ୍କୁ ଜେରା କରିବ ସିବିଆଇ I ବିଜୟଙ୍କ ରାଜନୈତିକ ରାଲିରେ ଦଳାଚକଟାରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିଲା I ପଚରାଉଚରା ପାଇଁ ପୋଲିସ ଉପସ୍ଥିତ ଅଛନ୍ତି I ଦିଲ୍ଲୀରେ ସିବିଆଇ ବିଜୟଙ୍କୁ ପଚରାଉଚରା କରୁଥିବା ବେଳେ, କରୁରର ସିବିଆଇ କାର୍ଯ୍ୟାଳୟରେ 8 ଜଣ ପୋଲିସ ଅଧିକାରୀ ଉପସ୍ଥିତ I କରୁରରେ ବିଜୟଙ୍କ ପ୍ରଚାରରେ ସୁରକ୍ଷା ଦାୟିତ୍ୱରେ ଥିବା 8 ଜଣ ପୋଲିସ ଅଧିକାରୀଙ୍କ ସିବିଆଇ ପଚରାଉଚରା ଚାଲିଛି I