
ଭୁବନେଶ୍ୱର : ବୁଲା କୁକୁର ପ୍ରସଙ୍ଗରେ ଚାଲିଥିବା ଶୁଣାଣି ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସତର୍କ କରାଇଛନ୍ତି ସୁପ୍ରିମକୋର୍ଟ। ଯଦି ବୁଲା କୁକୁର କାହାକୁ କାମୁଡ଼ିବ କିମ୍ବା କୁକୁର କାମୁଡ଼ିବା ଯୋଗୁ କାହାର ମୃତ୍ୟୁ ହେବ, ତା’ହେଲେ ରାଜ୍ୟ ସରକାରଙ୍କ ଉପରେ ସର୍ବୋଚ୍ଚ ଅଦାଲତ ମୋଟା ଅଙ୍କର ଫାଇନ ଦେବେ । ସ୍ଥାନୀୟ ପ୍ରଶାସନ ବୁଲା କୁକୁର ନିୟନ୍ତ୍ରଣ ପାଇଁ ଲାଗୁ ହେଉଥିବା ଏବିସି ନିୟମକୁ କାର୍ଯ୍ୟକାରୀ କରିବାରେ ବିଫଳ ହେଉଥିବା ପୀଡ଼ିତମାନେ କୋର୍ଟଙ୍କୁ ଜଣାଇଛନ୍ତି I ସେହିପରି ବୁଲା କୁକୁରମାନଙ୍କୁ ରାସ୍ତାରେ ଖାଇବାକୁ ଦେଉଥିବା ତଥାକଥିତ କୁକୁର ପ୍ରେମୀମାନେ ମଧ୍ୟ ଆକ୍ରମଣ ପାଇଁ ଦାୟୀ ରହିବେ। କୁକୁର କାମୁଡ଼ା ଗୋଟିଏ ଜୀବନବ୍ୟାପୀ ପ୍ରଭାବ ହୋଇ ରହୁଛି ବୋଲି ଖଣ୍ଡପୀଠ(Supreme Court) କହିଛନ୍ତି। ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହତା ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କହିଛନ୍ତି ଯେ “ଆମେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଉତ୍ତରଦାୟୀ କରିବୁ। ଏହି ସମସ୍ୟା ଦଶନ୍ଧିରୁ ରହି ଆସିଛି। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପାଇଁ ଏହି ସମସ୍ୟା ୧୦୦୦ ଗୁଣ ବଢ଼ି ଯାଇଛି।
