
ଭୁବନେଶ୍ୱର : ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା – ୨୦୨୬ I ପ୍ରତିବର୍ଷ ଆୟୋଜିତ ଏକ ପ୍ରମୁଖ ମତ୍ସ୍ୟ ଏବଂ ପଶୁପାଳନ ପ୍ରଦର୍ଶନୀ ଜାନୁଆରୀ 21-23, 2026 ରେ ଜନତା ମୈଦାନରେ ଅନୁଷ୍ଠିତ ହେବ, ଯେଉଁଥିରେ ଲାଇଭ୍ ଡେମୋ, ପଶୁ ପ୍ରଦର୍ଶନ (ଯେପରିକି ସ୍ୱତନ୍ତ୍ର ମଇଁଷି ଏବଂ କୁକୁର ପ୍ରଦର୍ଶନୀ), ଗ୍ରାମୀଣ ଉଦ୍ୟୋଗ ଏବଂ ଚାଷୀ ଏବଂ ପରିବାର ପାଇଁ ବିଶେଷଜ୍ଞଙ୍କ ସହିତ ଆଲୋଚନା ପ୍ରଦର୍ଶିତ ହେବ। ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ, ପ୍ରାଣୀ ସମ୍ପଦ, କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କଳିଙ୍ଗ ଷ୍ଟାଡିୟମ ୩ ନମ୍ବର ଗେଟଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି I ଓ୍ବାକାଥନରେ ମାନ୍ୟବର ବିଧାୟକ କୋରେଇ, ଶ୍ରୀ ଆକାଶ ଦାସନାୟକ, ବିଧାୟକ ଦିଗପହଣ୍ଡି ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ ଓ ପ୍ରାଣିପାଳନ-ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ସାମିଲ ହୋଇଥିଲେ ।
