ଭୁବନେଶ୍ୱର : ଆଜି ଦେଶବ୍ୟାପୀ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି । ସପ୍ତାହରେ ୫ ଦିନ କାମ କରିବା ଦାବିରେ ଆନ୍ଦୋଳନ ଡାକରା ଦିଆଯାଇଛି । ଲଗାତାର ଚତୁର୍ଥ ଦିନ ପାଇଁ ସରକାରୀ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି । ନଗଦ ଟଙ୍କା ଜମା ଓ ଚେକ୍ କ୍ଲିୟରାନ୍ସ ଭଳି କାମ ପ୍ରଭାବିତ ହେବାର ସମ୍ଭାବନା ରହିଛି।