ଭୁବନେଶ୍ୱର: ପତ୍ନୀ ଓ ୩ ସମ୍ପର୍କୀଙ୍କୁ ଗୁଳି କରି ହତ୍ୟା ବର୍ତ୍ତିଲେ ୩ ପିଲା I ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ୫୧ ବର୍ଷୀୟ ବିଜୟ କୁମାର। ଘଟଣା ବେଳେ ଘର ଭିତରେ କୁମାରଙ୍କ ୧୨ ବର୍ଷୀୟ ପୁଅଙ୍କ ସମେତ ଆଉ ୨ ଜଣ ଛୋଟ ପିଲା ରହିଥିଲେ। ସେମାନେ ଗୁଳି ମାଡ଼ ଦେଖି ଲୁଚି ଯାଇଥିବାରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଘର ଭିତରେ ନିଜର ପତ୍ନୀ ଓ ୩ ଜଣ ସମ୍ପର୍କୀୟଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି । ଆମେରିକାରେ ଏହି ଘଟଣା ଘଟିଥିବା ବେଳେ ହତ୍ୟା ଅଭିଯୁକ୍ତ ଭାରତୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ସ୍ଥାନୀୟ ପୁଲିସ୍‌। ପୁଲିସ୍‌ର କହିବା କଥା ଯେ ଘରୋଇ ହିଂସା ଯୋଗୁ ଏତେ ବଡ଼ ଘଟଣା ଘଟିଛି ।ହତ୍ୟା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି I