ଭୁବନେଶ୍ୱର : ୨୦୨୫ରେ ନନ୍ଦନକାନନରେ ରେକର୍ଡ ଭାଙ୍ଗିଲା Iଓଡ଼ିଶାର ଏକମାତ୍ର ପ୍ରାଣୀ ଉଦ୍ୟାନ ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ ଓ ୨୩ କୋଟିର ରାଜସ୍ୱ ଆଦାୟ ହୋଇଛି I ବିଗତ ବର୍ଷ ମାନଙ୍କ ଅପେକ୍ଷା ବିଦାୟୀ ବର୍ଷରେ ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହୋଈଛି I ଗତ ବର୍ଷ ନନ୍ଦନକାନନ ବୁଲିଲେ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ସେଠି ମଧ୍ୟରୁ ପ୍ରାଣୀ ଉଦ୍ୟାନ ବୁଲିଲେ ୩୮ ଲକ୍ଷ ୪୩ ହଜାର ୨୮ ପର୍ଯ୍ୟଟକ ଓ ବଟାନିକାଲ୍‌ ଗାର୍ଡେନ୍‌ ବୁଲିଲେ ୧ ଲକ୍ଷ ୭୭ ହଜାର ୫୧୧ ପର୍ଯ୍ୟଟକ I ୨୦୨୫ରେ ୨୩.୨୩ କୋଟିର ରାଜସ୍ୱ ଆଦାୟ କରିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନI ୨୦୨୪ ତୁଳନାରେ ୧.୦୬ କୋଟି ଅଧିକ ରାଜସ୍ୱ ଆଦାୟ ହୋଇଛି I ଅନୁକୂଳ ପରିବେଶ ଗମନାଗମନ ସୁବିଧା ଅନଲIଇନ ଟିକେଟ ବୁକିଙ୍ଗ ବ୍ୟବସ୍ଥା ଥିବାରୁ ପର୍ଯ୍ୟଟକଙ୍କ ବୃଦ୍ଧି ହୋଇଛି I ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ରାଜ୍ୟ ସରକାରଙ୍କ ମଧ୍ୟ ୨୩ କୋଟିର ରାଜସ୍ୱ ଆଦାୟ ହୋଇଛି I