ଭୁବନେଶ୍ୱର: ନୂଆରୂପ ପାଇବ ଚିଲିକା। ଚିଲିକାର ଚତୁଃପାଶ୍ୱକୁ ଡେଭଲପମେଣ୍ଟ କରାଯିବ। ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରାଯିବ ଚିଲିକାକୁ। ଚିଲିକା ପାଇଁ ୧୫୦୦ରୁ ୨ହଜାର କୋଟିର DPR ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଚ଼ିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଆଇଆଇଟି ମାଡ୍ରାସ ମଧ୍ୟରେ ଏମଓୟୁ ମୁତାବକ ଚ଼ିଲିକାର ପୁନର୍ବିକାଶ ଓ ଉନ୍ନତିକରଣ ପାଇଁ ଏକ ଡିପିଆର ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି I ଚିଲିକା ଜଳରାଶିର ପ୍ରାକୃତିକ ଗତିପଥକୁ ରକ୍ଷା କରିବା ସହ, ଜୀବନ ଜୀବିକା ପାଇଁ ଜଳରାଶିର ଗୁଣବତ୍ତା ଓ ଗଭୀରତାକୁ ସଠିକ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନେବା ଲାଗି ନିଷ୍ପତ୍ତ ନିଆଯାଇଛି I ଜୀବଜନ୍ତୁ ସଂରକ୍ଷଣ ଏବଂ ଚିଲିକାରେ ପଡିଥିବା ନଦୀମାନଙ୍କର ପର୍ଯ୍ୟଟନ ବିକାଶ ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ I ଖୁବ ଜଲଦୀ କେନ୍ଦ୍ର ସରକାରଙ୍କ ନିକଟରେ ମଧ୍ୟ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରାଯିବ ଓ ଚିଲିକାର ସଂରକ୍ଷଣ ଏବଂ ପୁନର୍ବିନ୍ୟାସ ଓ ବିକାଶକୁ ଅଗ୍ରାଧିକାର ଦିଆଯିବ l